ଜୟପାଟଣା,୨୯ା୪ (ଜନ ସ୍ଵର 18): କଳାହାଣ୍ଡି ଜିଲ୍ଲା ଜୟପାଟଣା ,ଧର୍ମଗଡ,ଜୁନାଗଡ଼, କୋକସରା ଅଞ୍ଚଳରେ ବୁଧବାର ସନ୍ଧ୍ୟା ୭ଟା ୪୨ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । କିଛି ସେକେଣ୍ଡ ପାଇଁ ଥରିଥିଲା ମାଟି । ଫଳରେ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ଘରୁ ବାହାରୁ ଆସିଥିଲେ । ଏହା ପରେ ଲୋକେ ମୃଦୁ ଭୂମିକମ୍ପ ହୋଇଥିବା ଅନୁଭବ କରି ଏଣେ ତେଣେ ଲୋକଙ୍କୁ ପଚାରି ବୁଝିଥିଲେ । ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ଆମପାଣି ଅଞ୍ଚଳରେ ହୋଇଥିବା ଜଣାପଡିଛି । ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ ।
ଓଡ଼ିଶାରୁ ସମ୍ପାଦକ ରୁନ୍ଦ୍ରପ୍ରସାଦ ବନମାଳୀ ମୁଣ୍ଡଙ୍କ ରିପୋର୍ଟ ଜନ ସ୍ଵର 18



Post a Comment