କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ଗ୍ରାମପଞ୍ଚାୟତ ସ୍ଥିତ ପଲମ ପ୍ରାଥମିକ କୣଷି ସେବା ସମବାୟ ସମିତି ଲିର ନୂତନ କାର୍ଯ୍ୟାଳୟ ଗୣହ ତା 06/08/2026 ରିଖ ଗୁରୁବାର ଦିନ ସ୍ଥାନୀୟ ବିଧାୟିକାଙ୍କ କରକମଳରେ ମହାଆଡମ୍ବର ସହକାରେ ଶୁଭ ଉଦଘାଟନ ହୋଇଯାଇଛି। ସୂଚନା ଅନୁସାରେ ପଲମ ପ୍ରାଥମିକ କୣଷି ସେବା ସମବାୟ ସମିତିର ସଂପାଦକ କୁମୁଦ ଚନ୍ଦ୍ର ସାହୁଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନର୍ଲା ବିଧାୟିକା ମନୋରମା ମହାନ୍ତି ମୂଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତ ଚାଷୀଙ୍କୁ ଉତ୍ସାହିତ କରି ଏହି ପେକ୍ସରେ ନିର୍ମାଣ ହୋଇଥିବା ନୂତନ କାର୍ଯ୍ୟାଳୟ ଗୣହକୁ ଫଳକ ଉନ୍ମୋଚନ ସହ ଫିତାକାଟି ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି,କଳାହାଣ୍ଡି ସମବାୟ ସମିତି ସମୂହ ଉପନିବନ୍ଧକ ସ୍ଵରୁପ କୁମାର କର ,ନର୍ଲା ବ୍ଲକ ବିଡିଓ ବିପିନ ବିହାରୀ ଦୀପ୍,ଭବାନୀପାଟଣା ମଣ୍ଡଳ ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ଅଜିତ୍ କୁମାର ବଗର୍ତ୍ତୀ,ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ନର୍ଲା ଶାଖା ପରାଚାଳିକା ପ୍ରଣତୀ ପଣ୍ଡା ,ପଲମ ପ୍ରାଥମିକ କୣଷି ସମବାୟ ସମିତି ଲିର ସଭାପତି ସୁବିଜ୍ଞ ନାଗ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଗାରିମା ବଢାଇଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ମାଲ୍ୟ ସହ ଉପଢକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଲକ୍ଷ୍ମୀନାରାୟଣଙ୍କ ଠାରେ ଅତିଥି ମାନଙ୍କ କରକମଳରେ ପୂଜାର୍ଚ୍ଚନା ପୂର୍ବକ ଫଳକ ଉନ୍ମୋଚନ ସହ ଫିତା କାଟି କାର୍ଯ୍ୟାଳୟ ଗୣହର ଉଦଘାଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂଜକ ଉମାଶଙ୍କର ମିଶ୍ର ପୂଜାର୍ଚ୍ଚନା କରିଥିବାବେଳେ ଉପସଭାପତି ପୁଷ୍ପାଞ୍ଜଳୀ ସାହୁ,ସଭ୍ୟ ରବୀନ୍ଦ୍ର ନାଥ ଭୋଇ,ପୁରନ୍ଦର ସାହୁ,ବଳରାମ ଭୋଇ,ସନ୍ୟାସୀ ପାତ୍ର,ହେମସାଗର ସାହୁ,ଦୁଲ୍ଲଭ ମାହାର, ଅରୁଣ କୁମାର ସାହୁ,ଭକ୍ତ ସାହୁ, ସୂର୍ଯ୍ୟମଣୀ ସାହୁ,ମହେନ୍ଦ୍ର ଧରୁଆ,ଲିଙ୍ଗରାଜ ସାହୁ, ମନରଞ୍ଜନ ଧରୁଆ,କର୍ମଚାରୀ କବିରାଜ ସାହୁ, ମୁକେଶ ମାଝୀ,ଭୈରବ ମାଝୀ,ଜୀବରଧନ ଦୁର୍ଗା,ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଅଞ୍ଚଳର ଶତାଧିକ ଚାଷୀ ଓ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ.
ପଲମ ପେକ୍ସର ନୂତନ କାର୍ଯ୍ୟାଳୟ ଗୣହର ଶୁଭ ଉଦଘାଟନ।
By: JANA SWARA 18
0


Post a Comment