କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟିକା ଙ୍କ ବଢିଲା ଅଡୁଆ, ବିଜେପି ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ ହେଲେ ହାଇକୋର୍ଟ ର ଦ୍ୱାରସ୍ତ 2024 ସାଧାରଣ ନିର୍ବାଚନ ରେ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀନୀ ମନୋରମା ମହାନ୍ତି ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସ ର ଭକ୍ତ ଚରଣ ଦାସ ଙ୍କୁ 5000 ରୁ ଉର୍ଦ୍ଧ ଭୋଟ ରେ ପରାଜିତ କରି ବିଜୟ ଲାଭ କରିଥିଲେ ମଧ୍ୟ ତାଙ୍କ ମିଥ୍ୟା ସତ୍ୟପାଠ ମାମଲା କୁ ନେଇଁ କଂଗ୍ରେସ ପ୍ରାର୍ଥୀ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ହାଇକୋର୍ଟ ର ଦ୍ୱାରସ୍ତ ହୋଇଥିଲେ,ପରେ ହାଇକୋର୍ଟ ର ଶେଷ ଶୁଣାଣି ପୂର୍ବରୁ ଅର୍ଥ ଲୋଭ ହେଉ ଅବା କୌଣସି କାରଣ ରୁ ସେହି ମାମଲା କୁ ପ୍ରତ୍ୟାହୃତ କରିଛନ୍ତି । ମନୋରମା ମହାନ୍ତି ଙ୍କ ମିଥ୍ୟା ସତ୍ୟପାଠ ମାମଲା କୁ ନେଇଁ ନର୍ଲା ବିଜେପି ପ୍ରାର୍ଥୀ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ମଧ୍ୟ ଉକ୍ତ ଦାସ ଙ୍କ ଭଳି ଓଡିଶା ହାଇକୋର୍ଟ ର ଦ୍ୱାରସ୍ତ ହୋଇଛନ୍ତି, ମାନ୍ୟବର କୋର୍ଟ ଶ୍ରୀଯୁକ୍ତ ପଧାନ ଙ୍କ ଆବେଦନ କୁ ଗ୍ରହଣ କରିଥିବା ବେଳେ ଆସନ୍ତା 29 ତାରିଖରେ ଶୁଣାଣି ହେବ ବୋଲି ତାରିଖ ନିର୍ଦ୍ଧାରିତ କରିଥିବାରୁ ନର୍ଲା ବିଧାୟିକା ମନୋରମା ମହାନ୍ତି ଙ୍କ ଆଡୁଆ ବଢ଼ିବାରେ ଲାଗିଛି ଆଗାମୀ ଦିନରେ ଏହି ଘଟଣା ର ମୋଡ଼ କଣ ହେବ ତାହା ସମୟ କହିବ ।
ବିଧାୟିକା ମନୋରମା ମହାନ୍ତି ପୁଣି ଅଡୁଆରେ । ଭକ୍ତ ଦାସ ଙ୍କ ପରେ ହାଇକୋର୍ଟ ର ଦ୍ଵାରସ୍ତ ହେଲେ ଅନିରୁଦ୍ଧ ପ୍ରଧାନ ।
By: JANA SWARA 18
0


Post a Comment