//BREAKING//
Loading...

ଜନସ୍ୱର 18ର ମହାପ୍ରଭାବ: ୪୮ ଘଣ୍ଟା ମଧ୍ୟରେ ରାସ୍ତା ମରାମତି ଆରମ୍ଭ କଲା PWD ବିଭାଗ


ମୋଟେର: ଦୀର୍ଘଦିନ ଧରି ଦୁରବସ୍ଥାରେ ପଡ଼ିଥିବା ମୋଟେରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ମରାମତି କାର୍ଯ୍ୟ ଶେଷରେ ଆରମ୍ଭ ହୋଇଛି। ରାସ୍ତାରେ ବଡ଼ ବଡ଼ ଖାଲଖମା, କାଦୁଅ ଓ ବର୍ଷାଜଳ ଜମି ରହିବା ଯୋଗୁଁ ଯାତାୟାତରେ ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ସମସ୍ୟାକୁ ନେଇ ଜନସ୍ୱର 18 ପକ୍ଷରୁ ଗ୍ରାଉଣ୍ଡ ରିପୋର୍ଟ ପ୍ରସାରଣ କରାଯାଇଥିଲା। ରାସ୍ତାର ଦୁରବସ୍ଥା ଓ ଲୋକଙ୍କ ଯାତାୟାତ ସମସ୍ୟା ସମ୍ପର୍କରେ ଖବର ପ୍ରସାରଣ ହେବାର ମାତ୍ର ୪୮ ଘଣ୍ଟା ମଧ୍ୟରେ PWD ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି।ରାସ୍ତାର ଖାଲଖମାରେ ମାଟି, ମେଟାଲ୍‌ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ପକାଇ ରାସ୍ତାକୁ ସମତଳ କରିବା କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ଭାରୀ ଯାନବାହନ ଚଳାଚଳ କରୁଥିବା ଏହି ରାସ୍ତାର ମରାମତି ହେବା ଫଳରେ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟା କିଛି ମାତ୍ରାରେ ଦୂର ହେବ ବୋଲି ଆଶା କରାଯାଉଛି। ଖବର ପ୍ରସାରଣ ପରେ ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏହାକୁ ଜନସ୍ୱର 18ର ଖବରର ପ୍ରଭାବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।ତେ ବେ ରାସ୍ତାର ସ୍ଥାୟୀ ମରାମତି ଓ ଉନ୍ନତିକରଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ଏବଂ ଆଗାମୀ ଦିନରେ ପୁଣି ଏଭଳି ସମସ୍ୟା ନ ହେବା ପାଇଁ କଣ ପଦକ୍ଷେପ ନିଆଯିବ, ସେନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ରହିଛି।

Post a Comment

Previous Post Next Post