ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ


ରାଉରକେଲା: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି । ଏୟାରପୋର୍ଟରେ ଭବ୍ୟ ସ୍ବାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଇସ୍ପାତ ସହର ରାଉରକେଲା ଗସ୍ତରେ ଅଛନ୍ତି ଦ୍ରୋପଦୀ ମୁର୍ମୁ । ରାଉରକେଲାରେ ପ୍ରାୟ ୧୫୮ କୋଟିର ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ଲାନେଟାରିୟମ୍ ଏବଂ ସାଇନ୍ସ ସେଣ୍ଟରର ଉଦଘାଟନ କରିବେ ରାଷ୍ଟ୍ରପତି । ଆଦିବାସୀ ସଂଗ୍ରହାଳୟ, ନିର୍ମଳ ମୁଣ୍ଡା ପ୍ରବେଶ ପଥର ମଧ୍ୟ ଶୁଭାରମ୍ଭ କରିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।


Comments