//BREAKING//
Loading...

ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

 


ପୁରୀ: ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ। ବିଶ୍ଵନିୟନ୍ତାଙ୍କ ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଗତକାଲି ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହୋଇଥିଲା। ଆଜିଠାରୁ କର୍ତ୍ତି ସେବକମାନେ ଫାଶୀ କାଠକୁ କାଟି ତୁମ୍ବ ନିର୍ମାଣ କରିବେ । ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ତିନି ରଥର ଚକ ଲାଗି ତୁମ୍ବ ପ୍ରସ୍ତୁତ କରାଯିଵ । ଏହାପରେ ତୁମ୍ବରେ ବିନ୍ଧ କରାଯାଇ ଚକ ନିର୍ମାଣ କାର୍ଯ୍ୟ କରାଯିବ । କରତିଆମାନେ ବଡ଼ ବଡ଼ କରତ ସାହାଯ୍ୟରେ କାଠ ଗୁଡିକୁ କାଟିଛନ୍ତି ।ଚଳିତ ବର୍ଷ ରଥଯାତ୍ରା ସମୟରେ ଯୋଡା ଜ୍ୟେଷ୍ଠ ମାସ ପଡୁଥିବାରୁ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅଧିକ ଏକମାସ ସମୟ ମିଳିବ। ପ୍ରତି ବର୍ଷ ରଥ ନିର୍ମାଣ ପାଇଁ ୫୯ ଦିନ କାର୍ଯ୍ୟ ଦିବସ ପଡିଥାଏ। 

Post a Comment

Previous Post Next Post