ଜୟପାଟଣା, ତାରିଖ:୨୩/୦୬/୨୦୨୬ ଜୟପାଟଣା ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗରେ ସୁମନ୍ତ ରାଉତଙ୍କୁ ଘଟଣାର ୪୮ ଘଣ୍ଟା ନ ପୁରୁଣୁ ଗିରଫ କରିବାରେ ଜୟପାଟଣା ପୁଲିସ ସଫଳ ହୋଇଛି। ସୂଚନା ଅନୁସାରେ, ଅଭିଯୁକ୍ତ ସୁମନ୍ତ ରାଉତ ଜଣେ ମହିଳାଙ୍କ ଘରେ ପଶି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଘଟଣା ପରେ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଜୟପାଟଣା ଥାନାରେ ମାମଲା ରୁଜୁ ହୋଇଥିଲା ।ମାମଲା ରୁଜୁ ହେବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଶେଷରେ ଘଟଣାର ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସୁମନ୍ତ ରାଉତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଦ୍ରୁତ ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳରେ ଜୟପାଟଣା ପୁଲିସର କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ଜୟପାଟଣା ବ୍ଲକ ରୁ ରୁଦ୍ର ପ୍ରସାଦ ମୁଣ୍ଡ ଙ୍କ ରିପୋର୍ଟ ଜନ ସ୍ଵର 18


Post a Comment