ଜୟପାଟଣା,୪୫(ରୁଦ୍ରପ୍ରସାଦ ବନମାଳୀ ମୁଣ୍ଡ): ଚଳିତ ରବିଋତୁରେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଥିବା ବେଳେ ଏବେ ଚାରିଦିନ(୯୬ଘଣ୍ଟା) ଧରି ବିନା ସୂଚନାରେ ବନ୍ଦ କରାଯାଇଛି। ଫଳରେ ଚାଷୀ ଆତଙ୍କିତ ହୋଇପଡ଼ିଛନ୍ତି। ଚଳିତବର୍ଷ ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପରୁ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଳକର ୧୮୮୫୫ହେକ୍ଟର ଜମିରେ ଜଳସେଚନ କରାଯାଇଥିଲା। ଏବେ ଅନେକାଂଶ ଜମିରେ ଧାନକେଣ୍ଡା ବାହାରିବାକୁ ବସିଲାଣି। ଏଭଳି ସ୍ଥିତିରେ ପଞ୍ଜୀକରଣରୁ ବାଦ୍ ପଡ଼ିଥିବା ଚାଷୀଙ୍କ ପାଇଁ ଚାରିଦିନ ଧରି ଜଳସେଚନ ବନ୍ଦ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ପାଣି ବନ୍ଦକୁ ନେଇ ଚାଷୀ ଯାନ୍ତ୍ରିକ ତ୍ରୁଟି ବୋଲି ଧରି ନେଇଥିବା ବେଳେ ଏହା ବାସ୍ତବରେ ବ୍ୟବସ୍ଥା ଗତତ୍ରୁଟି ବୋଲି ଆଲୋଚନା ହେଉଛି। ଗତ ୧୪.୧.୨୦୨୧ ତାରିଖରେ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ
ପ୍ରକଳ୍ପ ୭୫୬କୋଟି ଟଙ୍କାରେ ନିର୍ମାଣ ସହ ଲୋକାର୍ପିତ ହୋଇଥିଲା। ଚୁକ୍ତି ଅନୁଯାୟୀ ଠିକାସଂସ୍ଥା ଏଇଏଣ୍ଡଟି ହାତରେ ପାଞ୍ଚବର୍ଷ ପାଇଁ ପରିଚାଳନା ଭାର ନ୍ୟସ୍ତ ଥିବାବେଳେ ଏବେ ତାହାର ଅବଧୂ ପୂରଣ ହୋଇସାରି ପରବର୍ତ୍ତୀ ଛଅମାସ ପାଇଁ ସମୟ ସୀମାକୁ ବୃଦ୍ଧି କରଯାଇଥିଲା । ଏବେ ସୁଦ୍ଧା ପରିଚାଳନା ଦାୟିତ୍ଵ କମ୍ପାନି ହାତରେ ରହିଥିବା ବେଳେ ଅଘୋଷିତ ଜଳସେଚନ ବନ୍ଦକୁ ସ୍ଥାନୀୟ ଚାଷୀ ନିନ୍ଦା କରିବା ସହ ଏହାର କମ୍ପାନିର ଦାୟିତ୍ୱହୀନତା ବୋଲି ଆଲୋଚନା କରୁଛନ୍ତି । ଅପରପକ୍ଷରେ ପ୍ରକଳ୍ପକୁ ଟେକ୍ନିକାଲ ଆସୁଭାଲ ଆଡଭାଇଜର କମିଟି ଦଶବର୍ଷ ପାଇଁ ସଂପୃକ୍ତ ଏକ ଠିକା ସଂସ୍ଥାକୁ ନିୟୋଜିତ କରିବା ପାଇଁ ସରକାରୀ ସ୍ବୀକୃତି ଅପେକ୍ଷାରେ ରହିଥିବା ସହ ୬୧.୬୭କୋଟି ଟଙ୍କାର ଟେଣ୍ଡର ଆହ୍ୱାନ ପାଇଁ ନିଷ୍ପରି ନିଆଯାଇଥିବା ସୂଚନା ମିଳିଛି। ପାଣି ଛାଡ଼ିବା ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ତିଳୋତ୍ତମା ମାଝିଙ୍କୁ ପଚାରିବାରୁ ଆଜି ପାଣି ଛଡ଼ାଯିବ ବୋଲି କହିଥିଲେ।


Post a Comment