କେସିଙ୍ଗା, କଳାହାଣ୍ଡି: ଧାନ କ୍ରୟ ପ୍ରକ୍ରିୟାରେ ସହଯୋଗ ନ କରିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅମାଠ ଛକରେ ଅବସ୍ଥିତ ବେହେରା ରାଇସ୍ ମିଲ୍କୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ସୂଚନା ଅନୁଯାୟୀ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନିକ ଅଧିକାରୀମାନେ ମିଲ୍ରେ ଚଢାଉ କରି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଧାନ କ୍ରୟ ସମ୍ବନ୍ଧୀୟ ନିୟମ ପାଳନ ହୋଇନଥିବା ନେଇ ଅଭିଯୋଗ ମିଳିଥିଲା। ଏହା ପରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଇସ୍ ମିଲ୍କୁ ସିଲ୍ କରିଦେଇଛି। ଏହି ଘଟଣା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଧାନ କ୍ରୟ ବ୍ୟବସ୍ଥାରେ ଅନିୟମିତତା ବିରୋଧରେ ପ୍ରଶାସନ ଆହୁରି କଡ଼ା ପଦକ୍ଷେପ ନେବ ବୋଲି ସୂଚନା ମିଳିଛି।
କେସିଙ୍ଗା ରୁ ତପୀନ୍ଦ୍ର ସାହୁ ଙ୍କ ରିପୋର୍ଟ ଜନ ସ୍ଵର 18

Post a Comment