//BREAKING//
Loading...

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ


କେସିଙ୍ଗା,୨।୭(ତପିନ୍ଦ୍ର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ ବିଜେଡି ରାଜ୍ୟ ସରକାରଙ୍କ ଦ୍ୱାରା ୫ଟି କାର୍ଯ୍ୟ ମଧ୍ୟ ହୋଇଛି। ଅନେକ ଶ୍ରେଣୀ ଗୃହ ଖରାପ ଅବସ୍ଥାରେ ଥିଲା। ଗତ ୨୦ ୨୨-୨୩ ମସିହାରେ ୫ଟି କାମ ଆରମ୍ଭ ହୋଇଥିଲା। କିନ୍ତୁ ଆଜିକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରେଣୀ ଗୃହ ସମ୍ପୁର୍ଣ୍ଣ ହୋଇନାହିଁ। ଏହି ଶ୍ରେଣୀ ଗୃହ ନିର୍ମାଣରେ ୪ ଜଣ ଠିକାଦାର ବଦଳି ଗଲେଣି। ଏହି ଶ୍ରେଣୀ ଗୃହ ନିର୍ମାଣ ପାଇଁ ୯ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଶୁଣିବାକୁ ମିଳୁଛି। କିନ୍ତୁ ବିନା ସୂଚନା ଫଳକରେ କାର୍ଯ୍ୟ ଚାଲିଥିବାରୁ କୌଣସି ସଠିକ ସୂଚନା ମିଳିପାରିନାହିଁ। ସ୍ମାର୍ଟ କ୍ଳାସ ରୁମର ମୁଖ୍ୟ କବାଟ ଭାଙ୍ଗି ଗଲାଣି। ତଥାପି କାହାରି ନଜର ପଡୁନାହିଁ। ଶିକ୍ଷକମାନେ ଗପସପରେ ସମୟ ବିତାଉଛନ୍ତି।ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ସୁଦ୍ଧା ଶିକ୍ଷକ ଶିକ୍ଷୟତ୍ରୀ ମାନେ କ୍ଳାସକୁ ଯାଉ ନାହାଁନ୍ତି। ଅଷ୍ଟମ,ନବମ ଶ୍ରେଣୀରେ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ସୁଦ୍ଧା ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ କ୍ଳାସ ରୁମକୁ ନ ଯାଇ ଗପସପରେ ଦିନ ବିତାଉ ଥିବାରୁ ଛାତ୍ରୀଛାତ୍ରମାନେ ହୋହାଲ୍ଲା କରୁଥିବା ଦେଖିବାକୁ ମିଳୁଛି।ଏହି ବିଦ୍ୟାଳୟରେ ରାଜ୍ୟ ସରକାର ଙ୍କ ପକ୍ଷରୁ କଲେଜ ମଧ୍ୟ ଖୋଲା ଯାଇଛି। ଚଳିତ ଶିକ୍ଷା ବର୍ଷରେ ଏହି କଲେଜ ବର୍ଷିକିୟା ଅଧ୍ୟାପକ ପୋଷ୍ଟ ନିଯୁକ୍ତି ଦେବା ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ଅଧ୍ୟାପକ ପୋଷ୍ଟ ପାଇଁ ଆଖପାଖ ଅଞ୍ଚଳରୁ ୯୦ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ସେଥିମଧ୍ୟରୁ ୭ ଜଣଙ୍କୁ ନିଯୁକ୍ତି ଦେବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି ନିଯୁକ୍ତିରେ ଡ଼ିଇଓ ,ସିଲେକ୍ସନ କମିଟି ଅଧ୍ୟକ୍ଷ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିନା ଦସ୍ତଖତରେ ନିଯୁକ୍ତି ଦେଇ ଡ଼ିଇଓଙ୍କ କାର୍ଯ୍ୟାଳୟ ୭ ଜଣଙ୍କ ଲିଷ୍ଟ ପଠାଯାଇଛି। ଆବେଦନ କରିଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସିଲେକ୍ସନ କମିଟିର ଅଧ୍ୟକ୍ଷ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ମୋ ବିନା ଦସ୍ତଖତରେ ପ୍ରିନ୍ସିପାଲ ନିଯୁକ୍ତି ଦେଇଛନ୍ତି,ଏହା ଏକ ଦଣ୍ଡନୀୟ କାମ କରାଯାଇଛି ବୋଲି ପ୍ରକାଶ କରିଥିଲେ। ଏ ନେଇ କାଣ୍ଡେଲ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ଝରଣା ଶବରଙ୍କୁ ପଚାରିବାରୁ ମୁଁ ନୂତନ ଭାବେ ଏହି ବିଦ୍ୟାଳୟରେ ଯୋଗଦାନ କରିଛି,ମୁଁ ଜାଣି ପାରିଲି ନାହିଁ ବୋଲି ପ୍ରକାଶ କରିଥିଲେ।

Post a Comment

Previous Post Next Post