କଲାହାଣ୍ଡି ଜିଲ୍ଲା (୦୫/୦୭/୨୦୨୬) କର୍ଲାମୁଣ୍ଡା ଅନ୍ତର୍ଗତ ସାପଲହରା ପଞ୍ଚାୟତ ସ୍ଥିତ ବାଞ୍ଜିପଦର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲ କୋଠରୀ ଭିତରେ ଆଣ୍ଠୁଏ ପାଣି ପଶିବାରୁ କାଗଜ ପତ୍ର ନଷ୍ଟ ହେବା ସହିତ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢିବାରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି, ଅଭିଭାବକ କହିବା ଅନୁସାରେ ଦୀର୍ଘ ଦିନ ଧରି ଯେଉ ଡ୍ରେନ ଦେଇ ପାଣି ଯାଉଥିଲା ସେଇ ଡ୍ରେନ କୁ କିଛି ବ୍ୟକ୍ତି ମାଟି ପାଟି ଦେଇ ନିଜ ଜମି ସହ ସମାନ କରି ରାସ୍ତା ରୁ 2ଫୁଟ ଉଚ୍ଚତା ରେ ମାଟି ପାଟିଥିବାରୁ । ରାସ୍ତାରେ ଯାଉଥିବା ପାଣି ଜମା ହୋଇ ସ୍କୁଲ ଭିତରକୁ ପ୍ରବେଶ କରୁଛି । ଆଗକୁ ଏମିତି ବର୍ଷା ଲାଗିରହେ ତେବେ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ରହିବେ ଓ ସ୍କୁଲ ର କାଗଜ ପତ୍ର ପାଣିରେ ନଷ୍ଟ ହେଇ ଯାଉଛି ବୋଲି । ବାଞ୍ଜିପଦର ଗ୍ରାମର କିଛି ଅଭିଭାବକ ମାନେ ଏଥି ପ୍ରତି ଯଥା ଶୀଘ୍ର ଦୃଷ୍ଟି ଦେଇ ସମସ୍ୟା ର ସମାଧାନ କରନ୍ତୁ ବୋଲି ପ୍ରଶାସନ କୁ ଅନୁରୋଧ କରିଛନ୍ତି ।
କଳାହାଣ୍ଡି କରଲାମୁଣ୍ଡା ରୁ ତପୀନ୍ଦ୍ର ସାହୁ ଙ୍କ ରିପୋର୍ଟ ଜନ ସ୍ୱର 18

.jpeg)
Post a Comment